ଐତିହ୍ୟ କରିଡର ବିରୋଧରେ ହେବାକୁ ଥିବା ପଦଯାତ୍ରାକୁ ବନ୍ଦ କରାଯାଉ

ପୁରୀ :ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ପ୍ରସଙ୍ଗରେ ଆସନ୍ତା ୨୭ରେ ହେବାକୁ ଥିବା ପଦଯାତ୍ରାକୁ ତୀବ୍ର ବିରୋଧ। ପୁରୀର ପ୍ରମୁଖ ସାତ ସେବାୟତ ନିଯୋଗ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ୨୦୨୪ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରି ବିଶ୍ୱରେ ଶ୍ରୀଜଗନ୍ନାଥ ଧାମର ମହିମା ବୃଦ୍ଧି କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ପୁରୀର ସମସ୍ତ ଜନ ସାଧାରଣଙ୍କ ସହ ମହାପ୍ରଭୁଙ୍କ ପାଇଁ ଅନେକ ଲୋକ ଜମି ଦାନ କରିଛନ୍ତି। ଏଭଳି ସ୍ଥିତିରେ କିଛି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଓ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ପ୍ରକଳ୍ପକୁ ବିରୋଧ ଆସନ୍ତା ୨୭ରେ ରାଲି ଓ ଜନ ଆନ୍ଦୋଳନ କରିବାକୁ ମସୁଧା କରୁଛନ୍ତି। ତେଣୁ ସେହି ପଦଯାତ୍ରାକୁ ବନ୍ଦ ପାଇଁ ପ୍ରଶାସନ ଉଦ୍ୟମ କରିବାକୁ ଦାବୀ କରିଛନ୍ତି ସାତ ସେବାୟତ ନିଯୋଗ।

Leave A Reply

Your email address will not be published.