ବିଷାକ୍ତ ଖାଦ୍ୟ ଖାଇ ୨ ଶିଶୁ ମୃତ, ମାଆ ଗୁରୁତର

ଖଲ୍ଲିକୋଟ ୨୬।୦୪: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଡ଼ହୁମା ଗାଁରେ ଘଟିଛି ଅଘଟଣ । ଖାଦ୍ୟ ବିଷାକ୍ତ ଯୋଗୁଁ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଛନ୍ତି । ମୃତ ଶିଶୁ ହେଲେ ରାମକୃଷ୍ଣ ମହାରଣାଙ୍କ ପୁଅ ରୁଦ୍ର ମହାରଣା ( ୨ବର୍ଷ) ଓ ଭଉଣୀ ସିମରଣ ମହାରଣା ( ୩ ବର୍ଷ) । ସ୍ତ୍ରୀ ସୁନିତା ମହାରଣା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋମବାର ରାତିରେ ଖାଇ ସାରିବା ପରେ ହଠାତ୍‌ ଭାଇ, ଭଉଣୀ ଓ ମାଆ ବାନ୍ତି କରିଥିଲେ । ତୁରନ୍ତ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲେ । ସେଠାରେ ପ୍ରଥମେ ପୁଅ , ପରେ ଝିଅଙ୍କ ମୃତ୍ୟୁ ହୋଇଥିଲା । ମାଆଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ହୁମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.