ମୁଣ୍ଡକୁ ଠେଙ୍ଗାରେ ପିିଟି ପିଟି ହତ୍ୟା !

ଢେଙ୍କାନାଳ ୨୬।୦୪: ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ହିନ୍ଦୋଳ ରୋଡ଼ ଫାଣ୍ଡି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ବଳରାମ ପ୍ରସାଦ ଗାଁର ହରେକୃଷ୍ଣ ଜେନା ବୋଲି ଜଣାପଡିଛି । ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ହରେକୃଷ୍ଣ ଘର ବାହାରେ ଶୋଇଥିବାବେଳେ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ଦେବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ  ହତ୍ୟାକାଣ୍ଡରେ ବଳରାମ ପ୍ରସାଦ ରଗଡି ସାହିର ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏବେ ଯାଏଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ରଗଡି ସାହିର ତୁଷାରକାନ୍ତ ମହାପାତ୍ର ନାମକ ଜଣେ ଯୁବକ ସହ ମୃତ ହରେକୃଷ୍ଣ ଜେନାଙ୍କର ଗତ ପଞ୍ଚାୟତ ନିର୍ବାଚନରୁ ଶତ୍ରୁତା ଲାଗି ରହିଥିଲା । ଯାହାଫଳରେ ଏହି ହତ୍ୟା ପଛରେ ତୁଷାରକାନ୍ତ ସାମିଲ ଥିବା ସନ୍ଦେହ କରାଯାଉଛି ।  ଏନେଇ ଅଭିଯୋଗ କରିଛନ୍ତି ପରିବାରଲୋକେ ।

Leave A Reply

Your email address will not be published.