ପିଉସା ଘରକୁ ଆସିଥିଲେ ବୁଲିବାକୁ, ଗାଁ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ

ଢେଙ୍କାନାଳ ୨୮।୦୪ : ଶାଳ ଜଙ୍ଗଲରେ ଝୁଲୁଛି ଯୁବକଙ୍କ ମୃତଦେହ । ମୃତକ ଅଁଳାଝରୀ ଗାଁର ଦଣ୍ଡୁଆ ପାତ୍ର । ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଓଡିଶ ପଞ୍ଚାୟତ ରଗଡ଼ିପଡ଼ା ଗାଁରେ ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ,  ଆଜକୁ ଏକ ମାସ ହେଲା ଓଡିଶ ପଞ୍ଚାୟତର ରଗଡିପଡାସ୍ଥିତ ପିଉସା ଘରକୁ ଆସିଥିଲେ । କିନ୍ତୁ ଗୁରୁବାର ସକାଳେ ରଗଡିପଡା ଗ୍ରାମ ନିକଟ ଝରଣା ଶାଳ ଜଙ୍ଗଲରେ ଏକ ଗଛରେ ଦଣ୍ଡୁଆର ଝୁଲନ୍ତା ମୃତ ଦେହ ଲୋକେ ଦେଖିଥିଲେ । ଗ୍ରାମବାସୀ ଭୁବନ ଥାନାକୁ ଖବର କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ଭୁବନ ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି । ମୃତକ ଭୁବନ ଥାନା ଅଁଳାଝରୀ ଗାଁର ତିର୍ଥବାସୀ ପାତ୍ରଙ୍କ ପୁଅ ଦଣ୍ଡୁଆ ପାତ୍ର ବୋଲି ଜଣାପଡିଛି ।

Leave A Reply

Your email address will not be published.