ଖୁବଶୀଘ୍ର ପରଦାକୁ ଆସିବ ‘ପ୍ରସ୍ଥାନମ୍‌’

ଭୁବନେଶ୍ୱର ୦୨।୦୫ : ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ପ୍ରସ୍ଥାନମ୍‌’ର ଅଡିଓ ରିଲିଜ । ଆମର ମ୍ୟୁଜିକ ଦ୍ବାରା ଏହି ଅଡିଓ ରିଲିଜ୍ ହୋଇଛି । ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି ଅଡିଓ ରିଲିଜ୍ ହୋଇଛି । ପ୍ରଥମ ଥର ପାଇଁ ଫ୍ଲାସ ମୋଭରେ ସମସ୍ତ କଳାକାର ଏଣ୍ଟ୍ରି କରିଥିବା ବେଳେ ୟଙ୍ଗ୍ ସେନସେସନ୍ ମ୍ୟୁଜିସିଆନ ଅସାଦ୍ ନିଜାମଙ୍କ ଟିମ୍ ଓ ସମସ୍ତ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କରିଥିଲେ । ପ୍ରସ୍ଥାନମ୍ ର ସମସ୍ତ ଗୀତ କେବଳ‌ ଆମର ମ୍ୟୁଜିକର ୟୁଟ୍ୟୁବ୍ ଚ୍ୟାନେଲରେ ଦର୍ଶକମାନେ ଦେଖିପାରିବେ। ରାଜା ଡି’ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନାୟକ ଭୁମିକାରେ ଅମ୍ଳାନ୍ ନଜର ଆସିଥିବା ବେଳେ ନାୟିକା ସାଜିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ । ଅନ୍ୟମାନଙ୍କ ମଧ୍ୟରେ ବଣ୍ଟି ଆର୍ ସାମଲ (ଫନୀ ଅନୁଗୁଳିଆ), ମନୋଜ ମିଶ୍ର, ଉଷସୀ ମିଶ୍ର ଓ ପାର୍ଥ ସାରଥୀ ରାୟ ପ୍ରମୁଖ ଦମଦାର ଅଭିନୟ କରିଛନ୍ତି । ସେହିପରି ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି । ତପୁ ନାୟକ ଓ କୁମାରଶ୍ରୀଙ୍କ ଗୀତକୁ ସ୍ୱର ସଜାଇଛନ୍ତି ଅସାଦ୍ ନିଜାମ । ହ୍ୟୁମାନ ସାଗର, ଅସାଦ୍ ନିଜାମ, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ନେହା ନିହାରିକା କର ଓ ଆର ଏସ କୁମାର ପ୍ରମୁଖ ଗୀତ ଗୁଡିକ ଗାଇଛନ୍ତି । ଖୁବଶୀଘ୍ର ‘ପ୍ରସ୍ଥାନମ୍‌’ ପରଦାକୁ ଆସିବ ବୋଲି ଜଣାପଡିଛି । ଓଡିଆ ମୌଳିକ କାହାଣୀ ସହ ଭରପୁର ରୋମାଞ୍ଚ ଭରି ରହିଛି ଏହି ସିନେମାରେ । ରାଜା ଡି’ ଓ ଅସାଦ୍ ନିଜାମଙ୍କ ଯୋଡି ଅନେକ ଗୁଡିଏ ସୁପରହିଟ୍ ମ୍ୟୁଜିକ୍ ଭିଡିଓ ଦର୍ଶକଙ୍କୁ ଭେଟି ଦେଇଥିବା ବେଳେ ଏବେ ବଡପରଦାରେ ଉଭୟଙ୍କ ଯୋଡି ଧମାଲ କରିବ ବୋଲି ଦର୍ଶକଙ୍କ ମହଲରେ ଉତ୍ସୁକତା ବଢ଼ିଛି ।

Leave A Reply

Your email address will not be published.