ବରିଷ୍ଠ ସାମ୍ବାଦିକତାରୁ ବରିଷ୍ଠ ଲେଖକ ରାଧାମୋହନ ମହାପାତ୍ର ..

କନ୍ଧମାଳ :- ଆଜି ରାଧାମୋହନ ମହାପାତ୍ରଙ୍କ “ଶେଷ ପୃଷ୍ଠା” କବିତା ପୁସ୍ତକ ବନଜୋଷ୍ନା ସାହିତ୍ୟ ସଂସଦ ପୁସ୍ତକ ମେଳାରେ ଉନ୍ମୋଚନ କରିଛନ୍ତି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ବ୍ୟମକେଶ ତ୍ରିପାଠୀ ଓ ଅତିଥି ବୃନ୍ଦ। ରାଧାମୋହନ ଜଣେ ଯୁବ ସମାଜସେବୀ, ସରକାରି ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ, ଦରଦୀ ପରୋପକାରି,ଦକ୍ଷ ସଙ୍ଗଠକ ଓ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ଭାବେ ପରିଚିତ । ଯୁବ ପୀଢ଼ିର କବି ଭାବରେ ପ୍ରଥମ ଥର ଏହି ପୁସ୍ତକ ଲେଖିଛନ୍ତି। ତାଙ୍କରି ଲିଖିତ କବିତା ପୁସ୍ତକ “ଶେଷ ପୃଷ୍ଠା” ଆଜିର ସମାଜ ଓ ଯୁବ ପିଢୀ ଙ୍କ ନିକଟରେ ଆଦୃତି ଲାଭ କରି ପାରିବ ବୋଲି ଅତିଥି ମାନେ ଆଶା ବ୍ୟକ୍ତ କରିଛନ୍ତି। ଉପରୋକ୍ତ ପୁସ୍ତକ ଲେଖକ ଶ୍ରୀ ମହାପାତ୍ରଙ୍କୁ ବୁଦ୍ଧିଜୀବୀ ଯୁବ ପୀଢ଼ି ଓ ସାହିତ୍ୟିକମାନଙ୍କ ମହଲରୁ ଶୁଭେଚ୍ଛା ଜ୍ଞାପନ ପୂର୍ବକ ତାଙ୍କର ଲେଖକୀୟ ଜୀବନର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି।

Leave A Reply

Your email address will not be published.