ନିଆରା ଢଙ୍ଗରେ ଇଦ୍ ପାଳନ

କରଞ୍ଜିଆ ୦୩/୦୫: ନିଆରା ଢଙ୍ଗରେ ଇଦ ପାଳନ କଲେ ମୟୁରଭଞ୍ଜ ଚଢେଇଭୋଳର ମୁସଲମାନ ଭାଇ ଭଉଣୀ । ଆଜି ଇଦ ପାଳନ ଅବସରରେ ଚଢେଇଭୋଳରେ ଏକ ଇଦପାର୍ଟି ଆୟୋଜନ କରିଛନ୍ତି ଯୁବ ମୁସଲମାନ ଭାଇମାନେ । ମୁସଲିମ ୟୁଥ କମିଟି ତରଫରୁ ଏଠାରେ ଆଖପାଖ ଅଞ୍ଚଳର ହଜାର ହଜାର ମୁସଲମାନ ଭାଇ ଭଉଣୀ ଇଦ ପାର୍ଟିରେ ସାମିଲ ହୋଇଥିଲେ। ସମସ୍ତ ମୁସଲମାନ୍ ଭାଇ ଭଉଣୀଙ୍କ ସହିତ ଏଠାକାର ହିନ୍ଦୁ ଭାଇ ଭଉଣୀ ମାନେ ମଧ୍ୟ ସାମିଲ ହୋଇ ଭାଇଚାରାର ଉଦାହରଣ ସୃଷ୍ଟିକରିଥିଲେ । ଏହି ଅବସରରେ ଇଦ ଓ ଅକ୍ଷୟ ତୃତୀୟାର ଶୁଭେଚ୍ଛା ବାର୍ତ୍ତା ପରସ୍ପରକୁ ଜଣାଇଥିଲେ ।

Leave A Reply

Your email address will not be published.