ଶ୍ରମିକଙ୍କଠୁ ନେଉଥିଲେ ଲକ୍ଷେ ଟଙ୍କାର ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

ବଲାଙ୍ଗିର ୧୦।୦୫ : ଭିଜିଲାନ୍ସ ଜାଲରେ ଫରେଷ୍ଟର । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ୱାଇଁ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଖବର ଅନୁଯାୟୀ, ଜଙ୍ଗଲ ବିଭାଗ ଅଧିନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଠାରୁ ଲାଞ୍ଚ ନେଉଥିଲେ ଫରେଷ୍ଟର । ଶ୍ରମିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍‌ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ୱାଇଁଙ୍କୁ ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ । ତେବେ ଶ୍ରମିକଙ୍କ ଠାରୁ କେବଳ ଲକ୍ଷେ ଟଙ୍କା ନା ଆଉ କେତେ ଟଙ୍କା ନେଇଛନ୍ତି କି ଆଗକୁ ନେବାର ଥିଲା । ସେନେଇ ତନାଘନା କରୁଛି ଭିଜିଲାନ୍ସ ଟିମ୍‌ । ଘଟଣାର  ପୁରା ତଦନ୍ତ ପରେ ହିଁ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ଟିମ୍‌ କହିଛି ।  

Leave A Reply

Your email address will not be published.