ଗ୍ରାହକଙ୍କୁ ଝଟ୍‌କା : ନେଣଦେଣଠୁ ଚେକ୍ ବୁକ୍ ଯାଏଁ, ପିଏନବି ନେବ ଅଧିକ ଚାର୍ଜ

ନୂଆଦିଲ୍ଲୀ ୧୪/୦୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ନିଜର ଅନେକ ନିୟମରେ ପରିବର୍ତ୍ତନ କରିଛି । ଚଳିତ ମାସରୁ ବ୍ୟାଙ୍କିଂ ସେବା ଉପରେ ଅଧିକ ଚାର୍ଜ ନିଆଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଏହାସହ ଅନେକ ଫ୍ରି ସେବା ଓ ଏଟିଏମ ଟଙ୍କା ଉଠାଣ ଚାର୍ଜ ମଧ୍ୟ ବୃଦ୍ଧି ପାଇଛି । ଆସନ୍ତା ୨୯ ତାରିଖରୁ ନୂଆ ଦର ଲାଗୁ ହେବ । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ଦର ବଢାଇବା ପରେ ବ୍ୟାଙ୍କ ପକ୍ଷରୁ ନୂଆ ନିୟମ ଜାରି ହୋଇଛି । ଏହା ବ୍ୟତୀତ ବ୍ୟାଙ୍କ ନିଜର ଏକ୍ସଟରନାଲ୍ ବେଞ୍ଚମାର୍କ ଲିଙ୍କ୍ ଲିଙ୍କଡ୍ ରେଟକୁ ୦.୪୦ରୁ ୬.୯୦ ପ୍ରତିଶତକୁ ବୃଦ୍ଧି କରିଛି । ଯାହା ଆସନ୍ତା ମାସରୁ ଲାଗୁ ହେବ । ଫଳରେ ଲୋନ ଉପରେ ଇଏମଆଇ ବଢିଯିବ । ସେହିପରି ମଲଟି ସିଟି ଚେକ୍ ବୁକ, ଖାତା ଉପରେ ମାଗଣା ସେବା ଓ ନେଣଦେଣରେ ସଂଶୋଧିତ ଶୁଳ୍କ ଲାଗୁ ହୋଇଛି । ସେଭିଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ଲିମିଟ୍ ପିଏନବି ପକ୍ଷରୁ ସେଭିଂ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇବା ସହ ଲିମିଟରୁ ଅଧିକ ନେଣଦେଣ ଉପରେ ଚାର୍ଜ ବୃଦ୍ଧି କରିଛି । ପୂର୍ବରୁ ୪୦ଟି ନେଣଦେଣ ଅତିକ୍ରମ ପରେ ପ୍ରତି ଟ୍ରାଞ୍ଜାକ୍ସନ ଉପରେ ୨ ଟଙ୍କା ଲାଗୁଥିଲା । ଏବେ ୫୦ରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୧୦ ଟଙ୍କା ଲାଗିବ । ଚେକ୍ ରିଟର୍ଣ୍ଣିଂ ଶୁକ୍ଳ ବ୍ୟାଙ୍କ୍ ଚେକ୍ ରିଟର୍ଣ୍ଣିଂ ଶୁଳ୍କ ପାଇଁ ନୂଆ ସ୍ଲାବ୍ ଆଣିଛି । ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କାର ବାହାର ନେଣଦେଣ ଉପରେ ଏଣିକି ୨୫୦ ଟଙ୍କା ଚାର୍ଜ ପଡିବ । ୧୦ ଲକ୍ଷରୁ ଅଧିକ ହେଲା ୫୦୦ ଟଙ୍କା ଚାର୍ଜ ଲାଗିବ । ଚେକ୍ ବୁକ୍ ଓ ଲକର୍ ରେଟ୍ ପେନାଲ୍ଟି ଚାର୍ଜ ପିଏନବି ଫ୍ରି ଚେକ୍ ବୁକ ଲିଭ୍ ୨୫ରୁ ୨୦କୁ ହ୍ରାସ କରିଛି । ଏହାସହ ଲକର ଭଡା ଏକ ବର୍ଷ ପାଇଁ ବିଳମ୍ବ ହେଲେ ୨୫ ପ୍ରତିଶତ ଫାଇନ ଦେବାକୁ ପଡିବ । ସେହିପରି ୧ବର୍ଷରୁ ୩ ବର୍ଶ ଉପରେ ୫୦ ପ୍ରତିଶତ ଜରିମାନା ଦେବାକୁ ହେବ । ୩ ବର୍ଷରୁ ଅଧିକ ହେଲେ ବ୍ୟାଙ୍କ ଲକର ଦେବ ନାହିଁ ଓ ୫ ବର୍ଷର ଲକର ଭଡା ନିଆଯିବ ।  

Leave A Reply

Your email address will not be published.