ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା କାର୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସାନଖେମୁଣ୍ଡି ୧୪।୦୫ : ଦ୍ରୁତ ଗତି ହେଲା ମହାବିପତ୍ତି । ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟିଲା କାର୍‌ ।ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାର ଡେଙ୍ଗାପଦର ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, କାର୍‌ଟି ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ।  ଡେଙ୍ଗାପଦର ରାସ୍ତାରେ ଥିବା ବ୍ରିଜ୍‌ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଦେଖୁ ଦେଖୁ କାର୍‌ଟି ବ୍ରିଜ୍‌ ତଳକୁ ଖସିପଡିଥିଲା । ଏଥିରେ ଏବେ ସୁଦ୍ଧା କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାରେ କାର୍‌ଟି ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେପଟେ ସଦର ଥାନା ପୋଲିସ ଖବର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିପରି ଦୁର୍ଘଟଣା ହେଲେ , ସେନେଇ ଖୋଲତାଡ଼ କରୁଛି ପୋଲିସ ।

Leave A Reply

Your email address will not be published.