ଜଙ୍ଗଲରୁ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର

ଆଠଗଡ଼ ୧୬/୦୫: ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମ ବନାଞ୍ଚଳ ଉପରକଟା ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ଗଳିତ ମୃତ ଦେହ ଉଦ୍ଧାର । ମିଳିଥିବା ସୂଚନା ଅନୁଯାୟୀ ନରସିଂହପୁର ପଶ୍ଚିମ ବନାଞ୍ଚଳ ଅଧିନ ଉପରକଟା ସଂରକ୍ଷିତ ଜଙ୍ଗଲରେ ଏକ ତିନି ବର୍ଷର ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ହାତୀଟିର ୨୦ ରୁ ୨୫ ଦିନ ମଧ୍ୟରେ ମୃତ୍ୟୁ ଘଟିଛି । ଦନ୍ତା ହାତୀର ବୟସ ଅଢେଇ ରୁ ତିନି ବର୍ଷ ହେବ ବୋଲି ସୂଚନା ଦେଇଛନ୍ତି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ । ୨୦ ରୁ ୨୫ ଦିନ ପୂର୍ବରୁ ହାତୀର ମୃତ୍ୟୁ ଘଟିଥିଲେ ମଧ୍ୟ ବନ ବିଭାଗ କର୍ମଚାରୀ ମାନେ କିପରି ଜାଣି ପାରିଲେ ନାହିଁ । ପୂର୍ବରୁ ମଧ୍ୟ ଏଠାରେ ଏକ ଗଳିତ ହାତୀର ମୃତଦେହ ଉଦ୍ଧାର ହୋଇଥିଲା । ଏହି ଜଙ୍ଗଲ ରେ କିଛି ମାସ ମଧ୍ୟରେ ୬ରୁ ଅଧିକ ହାତୀର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି । ଯାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଜରୁରୀ ହୋଇପଡିଛି ।

Leave A Reply

Your email address will not be published.