ତପସ୍ୱିନୀ ପଟ୍ଟନାୟକ ମୃତ୍ୟୁ ଘଟଣା: ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ସଂଗିନ ଅଭିଯୋଗ

ଭୁବନେଶ୍ୱର : ୧୮ବର୍ଷ ତଳର ନୟାଗଡ଼ ତପସ୍ୱିନୀ ପଟ୍ଟନାୟକ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ତପସ୍ବିନୀଙ୍କୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନାଁ ଯୋଡ଼ିହେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୟାଧର ପରିଡ଼ା। ତାଙ୍କ ନାମରେ ଏଭଳି ସଂଗିନ ମାମଲା ଯୋଡ଼ି ‌ହେବା ପରେ ବ୍ଲକ ସଭାପତିଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି। ତପସ୍ୱିନୀ ଓ ଗୟାଧରଙ୍କ ଘର ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ଗ୍ରାମର ଶୁକପୋଖରୀ ସାହିରେ। ତେବେ ବାପୁଜୀନଗର ଅଞ୍ଚଳର ରବି ନାୟକ ଘଟଣା ବିଷୟରେ ଜାଣିବା ପରେ ଗତ ଏପ୍ରିଲ୍‌ ୬ରେ ପ୍ରଥମେ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଗ୍ରହଣ କରିନଥିଲା। ତେଣୁ ଏନେଇ ସେ ଭୁବନେଶ୍ଵର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ବାରସ୍ଥ ହୋଇଥଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କ୍ୟାପିଟାଲ ଥାନା ପୁଲିସ ଗୟାଧରଙ୍କ ନାମରେ କେସ୍‌ ନଂ-୨୭୯/୨୦୨୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.