ଗାଁ ସମସ୍ୟା ନେଇ ତାତିଲେ ଲୋକେ, ଉଦଳା-ବାରିପଦା ରାଜ୍ୟ ରାଜପଥ ଅବରୋଧ

ଉଦଳା ୨୩/୦୫ : ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାସ୍ତା ଅବରୋଧ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା-ବାରିପଦା ରାଜ୍ୟ ରାଜପଥର ନାଲୁହା ଛକ ନିକଟରେ । ଖୁଂଟା ବ୍ଲକ ବିରୁଡି ଗ୍ରାମର ଅନେକ ହିତାଧତ୍କାରୀ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଘର ପାଇପାରିନାହାଁନ୍ତି । ଏହାସହିତ ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଏବଂ ହିତାଧତ୍କାରୀଙ୍କ ନାମରେ ବର୍ଦ୍ଧିତ ବିଜୁଳି ବିଲ୍ ଆସୁଥିବାରୁ ଏ ନେଇ ପୂର୍ବରୁ ଗ୍ରାମବାସୀମାନେ ବ୍ଲକ ଠାରୁ ଆରମ୍ଭ କରି ବିଭାଗୀୟ ଅଧତ୍କାରୀଙ୍କୁ ଗୁହାରି କରିଛି । ହଲେ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀମାନେ ଆଜି ଉଦଳା-ବାରିପଦା ରାଜ୍ୟ ରାଜପଥର ନାଲୁହା ଛକ ନିକଟରେ ରାସ୍ତା ଅବରୋଧ କରିଛି । ଯାହାଫଳରେ ଉଦଳା-ବାରିପଦା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।

Leave A Reply

Your email address will not be published.