ବଲାଙ୍ଗୀର ଦୁର୍ଘଟଣା : ପ୍ରି-ପ୍ଲାନ୍‌ ମର୍ଡର, ଚିତ୍ତରଞ୍ଜନ ହିଁ ମୁଖ୍ୟ ଅଭିଯୁକ୍ତ-ବଲାଙ୍ଗୀର ଏସ୍‌ପି

ବଲାଙ୍ଗୀର ୨୩।୦୫ : ବଲାଙ୍ଗୀର ଆରଟିଓ ଛକ ଦୁର୍ଘଟଣା ଘଟଣା I ମାମଲାରେ ଆସିଲା ଟ୍ୱିଷ୍ଟ । ଏହା ଦୁର୍ଘଟଣା ନୁହେଁ ହତ୍ୟା । ଆଉ ଷଡଯନ୍ତ୍ର କରି ଗାଡି ମଡାଇ ହତ୍ୟା ଯୋଜନା ହୋଇଥିଲା I ଏହି ଘଟଣାରେ ଚିତ୍ତରଞ୍ଜନ ମହାନ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ନୀତିନ୍‌ କୁଶଳକର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଘଟଣାରେ ଅନ୍ୟ କିଛି ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା କରାଯାଉଛି I ପୂର୍ବ ଶତୃତା ଓ ଜମିବାଡି ଘଟଣାକୁ କେନ୍ଦ୍ରକରି ସାନୁ ନାୟକକୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଚିତ୍ତ । ଚିତ୍ତର ଗୋଡ଼ ଭାଙ୍ଗିଛି । ଏବେ ମେଡିକାଲରେ ଚିକିତ୍ସା ଚାଲିଛି । ପୋଲିସ ଲଗାତର ଭାବେ ଘଟଣା ଉପରେ ନଜର ରଖିଛି । ମିନିଟ୍ରକରେ ୨ଜଣ ଥିଲେ, କିଏ ଗାଡ଼ି ଚଳାଉଥିଲା ସେନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.