ଏକ୍ସପ୍ରେସ ରହଣୀ ଦାବିରେ ଅମ୍ବାଦଳା ରେଳରୋକ, ଅଟକି ରହିଛି ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ

ମୁନିଗୁଡା ୩୧/୦୫: ରାୟଗଡା ଜିଲ୍ଳା ଅମ୍ବାଦଳା ରେଳ ଷ୍ଟେସନରେ ୬ଟି ଏକ୍ସପ୍ରେସ ରହଣୀ ଦାବିରେ ଅମ୍ବାଦଳା ଜନସାଧାରଣ ପକ୍ଷରୁ ରେଳରୋକ କରାଯାଇଛି । ଯାହା ଫଳରେ ମୁନିଗୁଡା ଷ୍ଟେଶନରେ ଅଟକି ରହିଛି ଭୁବନେଶ୍ୱର ଜୁନାଗଡ ଏକ୍ସପ୍ରେସ । କରୋନା କଟକଣା ବେଳେ ଏହି ଏକ୍ସସ୍ପ୍ରେସ ଟ୍ରେନ ସବୁ ରହଣି ବାତିଲ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟ୍ରେନ ସବୁ ଅମ୍ବାଦଳା ଷ୍ଟେସନରେ ରହୁ ନଥିବାରୁ ଏହି ରେଳ ରୋକ କରାଯାଇଛି । ଏହି ରେଳ ଷ୍ଟେସନ ଉପରେ ରାୟଗଡା ଜିଲ୍ଲା ସମେତ କଳାହାଣ୍ଡି ଓ କନ୍ଧମାଳର ବହୁ ଅଞ୍ଚଳ ବାସୀ ଏହି ଷ୍ଟେସନ ଉପରେ ନିର୍ଭର କରନ୍ତି । ଯେଉଁ ପର୍ଯ୍ୟନ୍ତ ଏହି ଦାବି ପୂରଣ ନ ହେଇଛି ସେହି ପର୍ଯ୍ୟନ୍ତ ଏହି ରେଳ ରୋକ ଜାରି ରହିବ ବୋଲି ଅମ୍ବାଦଳା ଜନ ସାଧାରଣ ଦାବି କରି ରେଳ ଧାରଣା ରେ ବସିଛନ୍ତି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।

Leave A Reply

Your email address will not be published.