ପୋଲ ନିକଟରୁ ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଚୌଦ୍ବାର ୧।୬: ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ଵାର ଚାଉଳିଆ ପୋଲ ନିକଟରେ ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୌଦ୍ଵାର ଓଟିଏମ୍ କଲୋନୀ ଦୁର୍ଗାବଜାର ଅଞ୍ଚଳର ଲୋକନାଥ ବିଶ୍ଵାଳ। ମୃତକ ଜଣେ ଅଟୋ ଡ଼୍ରାଇଭର ବୋଲି ଜଣାପଡ଼ଛି । ସୂଚନାଯୋଗ୍ୟ ଯେ, ଲୋକନାଥ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ନିଜ ଅଟୋ ଯୋଗେ ମାର୍ବଲ ନେଇ କଟିକଟା ଅଞ୍ଚଳକୁ ଯାଇଥିଲେ । ସେଠାରେ ମାର୍ବଲ ଦେଇ ସାଥିରେ କିଛି ଟଙ୍କା ନେଇ ଫେରୁଥିବା ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଜଗତପୁର ପାଖରେ ଅଟକାଇଥିଲେ । ତାଙ୍କଠାରୁ ଟଙ୍କା ନେଇ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଚୌଦ୍ଵାର ମଙ୍ଗୁଳି ନିକଟସ୍ଥ ଚାଉଳିଆ ପୋଲ ନିକଟରେ ପକେଇ ଦେଇ ଫେରାର ହୋଇଯାଇଥିବା ତାଙ୍କ ଶଳା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ କଟକ ଜୋନ୍-୧ ଏସିପି ଶୁଭ ନାରାୟଣ ମୁଦୁଲି, ଚୌଦ୍ଵାର ଥାନା ଅଧିକାରୀ ଓ ଜଗତପୁର ଥାନା ଅଧିକାରୀଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ ପଠାଇବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.