ବସ୍ ପଛରେ ପିଟିହେଲା କାର୍, ୩ ଗୁରୁତର : କାର ଜବତ

ଚଣ୍ଡିଖୋଲ ୦୨/୦୬: ୧୬ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଟ୍ରାଫିକ ନିକଟରେ ସକାଳୁ ଘଟିଛି ସଡକ ଦୁର୍ଘଟଣା । କଲିକତାରୁ ପୁରୀ ଅଭିମୁଖେ ଆସୁଥିବା ଓ୍ୱାଗନର ଚଣ୍ଡୀଖୋଲ ଟ୍ରାଫିକ୍ ଠାରୁ ଦୂରରେ ଥିବା ହମ୍ସ ନିକଟରେ ବସ୍ ପଛରେ ପିଟିଥିଲା । ଫଳରେ କାରରେ ଯାଉଥିବା ଡୁମୁଡୁମା ଅଞ୍ଚଳର ଜୟନ୍ତ ବିଶ୍ୱାସ, ଅର୍ପିତ ବିଶ୍ୱାସ, ଜୋତିତା ବିଶ୍ୱାସ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରାଯଇଥିବାବେଳେ ଦୁର୍ଘଟଣା ଗ୍ରସ୍ତ ବସ୍ ଟି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛି ।

Leave A Reply

Your email address will not be published.