ବାରବାଟୀ T-20 କାଉଣ୍ଟଡାଉନ: ଷ୍ଟାଡିୟମରେ ପୋଲିସ, ଏସ୍ ଓ ଜି ଓ ଅଗ୍ନିଶମ ବାହିନୀର ମକଡ୍ରିଲ

କଟକ ୦୨/୦୬: ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା T-20 ମ୍ୟାଚ୍ । ସେଥିପାଇଁ ସଜେଇ ହେଲାଣି ବାରବାଟୀ । ସେପଟେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରା ପ୍ରସ୍ତୁତ ପୋଲିସ ପ୍ରଶାସନ । ଖେଳାଳିଙ୍କ ସୁରକ୍ଷା ସହ ଶୃଙ୍ଖଳିତ ମ୍ୟାଚ ଖେଳାଯିବାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ତେବେ ଏନେଇ ଆଜି କଟକ କମିଶନରେଟ ପୋଲିସ ପକ୍ଷରୁ ବାରବାଟୀ ଷ୍ଟାଡିୟମରେ କରାଯାଉଛି ସୁରକ୍ଷା ମକଡ୍ରିଲ । SOG, ଅଗ୍ନିଶମ ବାହିନୀ, ଓଡ୍ରାଫ, ମେଡିକାଲ ସେବା ଏବଂ ଓସିଏର ମିଳିତ ସହଯୋଗରେ ଏହି ମକଡ୍ରିଲ କରାଯାଉଛି ।

Leave A Reply

Your email address will not be published.