ଶୀତଳଷଷ୍ଠୀ ଯାତ୍ରା: ଲୋକନାଥ ଓ ଜାଗେଶ୍ୱର ବାବାଙ୍କ ନିର୍ବନ୍ଧ ସମ୍ପନ

ସମ୍ବଲପୁର, ୦୩/୦୬: ଘଣ୍ଟ, ଘଣ୍ଟା, ଶଙ୍ଖ, ଦୁଲଦୁଲି ସହିତ ନୃତ୍ୟାଙ୍ଗନାଙ୍କ ନୃତ୍ୟରେ ଦୁଲୁକୁଛି ସମ୍ବଲପୁର ସହର । ଦେବ ଦେବ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ ବାହାରିଥିଲେ ବରପିତା । ଆଉ ପାତ୍ରୀ ମିଳିବା ପରେ ସଂପନ୍ନ ହୋଇଛି ପତରପେଣ୍ଡି ବା ନିର୍ବନ୍ଧ ନୀତି । ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଗୁରୁବାର ସମସ୍ତ କମିଟିର ପତରପେଣ୍ଡି ନୀତି ସଂପନ୍ନ ହୋଇଛି । ଦିନକ ପୂର୍ବରୁ ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ନୀତି ସଂପନ୍ନ ହୋଇଥିବା ବେଳେ ଗୁରୁବାର ଅନ୍ୟ ସମସ୍ତ କମିଟିର ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଛି । ଝାଡୁଆପଡାର ଲୋକନାଥ ବାବାଙ୍କ ପତରପେଣ୍ଡି ଶୋଭାଯାତ୍ରା ଗୁରୁବାର ସନ୍ଧ୍ୟାରେ ମହାସମାରୋହରେ ବାହାରିଥିଲା । ବାବା ଲୋକନାଥଙ୍କ ନିକଟରେ ପୂଜାର୍ଚ୍ଚନା ପରେ ବରପିତା ଅମରନାଥ ସୁପକାର ସପ୍ତଋଷୀ ଏବଂ କର୍ମକର୍ତ୍ତା ମାଧବ ଚନ୍ଦ୍ର ପଣ୍ଡା, ପୁରନ୍ଦର ପାଣିଗ୍ରାହୀ, ପୀତବାସ ବିଶି, ହରି ବଡପଣ୍ଡା, ଜଗଦୀଶ ବଡପଣ୍ଡା, ପ୍ରକାଶ ପୂଜାରୀ, ସଞ୍ଜୀବ ପାଢୀ ଏବଂ କୈଳାସ ପଣ୍ଡାଙ୍କ ସହ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରିଥିଲେ କନ୍ୟା ଅନ୍ୱେଷଣରେ ।ସୁସଜ୍ଜିତ ରଥ ସହିତ ନିର୍ବନ୍ଧର ଭେଳିକି ଭେଳି ପିଠାପଣା ଓ ପୂଜା ସାମଗ୍ରୀ ନେଇ କ୍ଷେତରାଜପୁର ପୋଦ୍ଦାର କଲୋନୀ ନିବାସୀ କନ୍ୟାପିତା ମାତା ସୁନୀଲ ଅଗ୍ରୱାଲ ଓ କବିତା ଦେବୀ ଅଗ୍ରୱାଲଙ୍କ ଘରେ ପହଞ୍ଚିଥିଲେ । ସେଠାରେ ଉଭୟ ପକ୍ଷର ଆଲୋଚନା ପରେ ବିବାହ ପାଇଁ ସମ୍ମତି ପ୍ରକାଶ ପାଇଥିଲା । ଏହାପରେ ବରପିତା ପତରପେଣ୍ଡି ଥାଳକୁ କନ୍ୟା ପିତାମାତାଙ୍କୁ ହସ୍ତାନ୍ତର କରି ବିବାହ ପାଇଁ ସ୍ଥିର କରିଥି

057 code kasam
Leave A Reply

Your email address will not be published.