ଟ୍ୟୁସନ୍‌ରୁ ଫେରୁଥିବା ବେଳେ ଧକ୍କା ଦେଲା ହାଇଓ୍ବା, ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

କେନ୍ଦ୍ରାପଡା ୬।୬: ହାଇୱା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟବାଣପୁର ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତ ଛାତ୍ରୀ ସ୍ଥାନୀୟ ବସପୁର୍ ଗ୍ରାମର ସୁବାଷ ଲେଙ୍କାଙ୍କ ଝିଅ ଗୁଡି ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର୍ ଗ୍ରାମର ନବମ ଶ୍ରେଣୀର ଛାତ୍ରୀ ଗୁଡି ସକାଳ ୧୦ଟାରେ ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ହାଇୱା ଧକ୍କା ଦେବାରୁ ଘଟଣାସ୍ଥଳରେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

Leave A Reply

Your email address will not be published.