କଟକରେ ବ୍ୟାପିଲା କରୋନା, ଘରୋଇ ଛାତ୍ରାବାସରୁ ଚିହ୍ନଟ ହେଲେ ୧୩ ସଂକ୍ରମିତ

କଟକ ୯।୬: ଘରୋଇ ଛାତ୍ରାବାସରୁ ଚିହ୍ନଟ ହେଲେ ୧୩ ଜଣ କରୋନା ସଂକ୍ରମିତ ।  କଟକ ବମ୍ଫକୁଦର ଏକ ଆବାସିକ ଛାତ୍ରାବାସର ୧୩ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତଦାରଖ ପାଇଁ ହଷ୍ଟେଲରେ ଜିଲ୍ଲା ଓ ମହାନଗର ନିଗମର ହେଲ୍‌ଥ ଟିମ୍‌ ପହଞ୍ଚିଥିବା ଜଣାପଡିଛି । ତେବେ ସମସ୍ତ ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବ । ମୋଟ୍ ୫୭ ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୁରୁବାର ସମସ୍ତଙ୍କର ଆରଟିପିସିଆର ପରୀକ୍ଷା କରାଯିବ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୫୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୯୨୭୦ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୧୮୪୩୧୦୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave A Reply

Your email address will not be published.