ଅବସର ପରେ ସରେନାହିଁ କାମ
ଆହୁରି କେତେ ଯେ ବାକୀ
ଶେଷ ଖୁଣ୍ଟ ଯାଏ ଚାଲିଚିଲିଯିବା
ନ ପଡ଼ିବା ପଥେ ଥକି ।
ଦୀର୍ଘଦିନ ଧରି ସେବା କରିଗଲ
ଏ ଦେଶ ପ୍ରଗତି ପାଇଁ
ନିଷ୍ଠାପର ଆଉ ସ6ଚାଟ ପଣରେ
ତୁମ ପରି କେହି ନାହିଁ ।
କାହା ମନେ କେବେ ଦୁଃଖ ଦେଇନାହ
ସଭିଙ୍କୁ ଆଦରିନିଅ
କାହାପଥେ କେବେ କଣ୍ଟା ହୋଇନାହ
ଭରସା ସଭିଙ୍କୁ ଦିଅ।
ହସହସ ମୁଖ ଦେଖି ଦେଲେ ତବ
ସବୁ କାମ ହୋଇଯାଏ
ଦିଲ୍ଲୀ ଠାରୁ ପଲ୍ଲୀ ସବୁରିମୁଖରେ
ତୁମ କଥା ଶୋଭାପାଏ।
କନ୍ଧମାଳର ଗର୍ବଗଭରବ
ତୁମେ ମାଆ ନିରୁପମା
ନିଜବୁଦ୍ଧିବଳେ କେତେ କାମ କଲ
ନାହି ଟି ତାର ଉପମା ।
ମାୟାବନ୍ଧୁ ଭଳି ସାଥୀ ପାଇ ତୁମେ
ସବୁଠି ବିଜୟୀ ହେଲ
ରାଜା ମୂର୍ଚ୍ଛନା କୁ କୋଳେ ଧରି ତୁମେ
ସବୁ ଦୁଃଖ ଭୁଲିଗଲ ।
ମୋନା ଭଳି ବୋହୁ କପାଳେ ଜୁଟିଲା
ଘରଟି ହସି ଉଠିଲା
ପରସ୍ପର ମଧ୍ୟେ ସ୍ନେହ ମମତାରେ
ବୈକୁଣ୍ଠପୁର ସାଜିଲା ।
ଆଜି ଏ ଲଗନେ ଶୁଭେଛାଦେଉଛୁ
ପଥ ହେଉ ମଧୁମୟ
ସତ୍ୟ ପଥରେ ପଥଚାରୀ ହୋଇ
ମନୁ ତୁଟିଯାଉ ଭୟ ।
ତୁମର ସାହାଯ୍ୟ ସହାନୁଭୂତିକୁ
କେବେ ଭୁଲିହେବ ନାହିଁ
ଇତିହାସେ ତୁମେ ରଖିଗଲ ନାମ
ପ୍ରଭୁଙ୍କ ଆଶିଷ ପାଇ ।
। ସାର ଏବଂ ଦିଦି