ନଦୀପଠାରୁ ଜଣଙ୍କ ମୃତଦେହ ଉଦ୍ଧାର, ୨ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କଲା ପୋଲିସ

ଖଣ୍ଡପଡା ୧୪।୬: ନଦୀ ପଠାରୁ ମୃତଦେହ ଉଦ୍ଧାର ହୋଇଛି । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା କିଆଝର ପଞ୍ଚାୟତ ଗିରିଡ଼ିପଲ୍ଲୀ ଗ୍ରାମ ନିକଟରେ ଥିବା ନଦୀପଠାରୁ ମୃତଦେହ ଉଦ୍ଧାର ହୋଇଛି । ଏହାସହ ଦୁଇ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ତେବେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ସମ୍ବଲପୁର, ହୀରାକୁଦ ଅଞ୍ଚଳର ବୋଲି ସୂଚନା ମିଳିଛି । ଖଣ୍ଡପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତ ଦୁଇ ଜଣଙ୍କୁ ଉଦ୍ଧାର କରିଛି । ତେବେ ହନୁମାନ ପଇସା ପାଇଁ ଏଭଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣା ପଛର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.