ପିଡିଏସ ଚାଉଳ ବଣ୍ଟନର ସ୍ୱଚ୍ଛତା ବଜାୟ ଦାବି, ଏକାଠି ହେଲେ ଶତାଧିକ ଖାଉଟି

ମାହାଙ୍ଗା ୧୫/୦୬: ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତ ରେ ପିଡି ଏସ ଚାଉଳ ବଣ୍ଟନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଶତାଧିକ ଖାଉଟି ଏକାଠି ହେଇ ପ୍ରତିବାଦ କରିଛନ୍ତି।ସୂଚନା ଅନୁସାରେ ପଞ୍ଚାୟତ ଅଫିସରେ ପିଡିଏସ୍ ସାମଗ୍ରୀ ବଣ୍ଟା ହେବା ପାଇଁ ଯୋଜନା ଚାଲିଛି । ଯାହାକୁ ଏହି ପଞ୍ଚାୟତର ଲୋକମାନେ ବିରୋଧ କରିଛନ୍ତି । ଅଭିଯୋଗ ଅନୁସାରେ ଆଗରୁ ଯେତେବେଳେ ରାହାଣିଆ ପଞ୍ଚାୟତ ଅଫିସରେ ପିଡିଏସ ସାମଗ୍ରୀ ବଣ୍ଟନ ହେଉଥିଲା ସେତେବେଳେ ଗୋଦାମରୁ ଶହ ଶହ ବସ୍ତା ଚାଉଳ ଚୋରି ହୋଇଯାଇଥିଲା,ଏଣୁ ରାସନ୍ ଚାଉଳ ବଣ୍ଟନ ପାଇଁ ପଞ୍ଚାୟତ ଅଫିସ୍ ସଠିକ ସ୍ଥାନ ନୁହେଁ । ଏବଂ ପଞ୍ଚାୟତ ଅଫିସ ରେ ବଣ୍ଟା ଗଲେ ସାମଗ୍ରୀ ଅଧିକ ବାଟମାରଣା ହବାର ସମ୍ଭାବନା ଅଧିକ ଅଛି । ଯାହାକୁ ନେଇ ଆଜି ପଞ୍ଚାୟତ ର ପ୍ରାୟ ୧୦୦ ରୁ ଉର୍ଦ୍ଧ ଯୁବକ ମହିଳା ରାସନ୍ ହିତାଧିକାରୀ ମାନେ ଏହାର ତୀବ୍ର ବିରୋଧ କରିଥିବା ଦେଖିବାକୁ ମିଳିଛି ।ଏବେ ଯେଉଁଠାରେ ରାସନ୍ ଚାଉଳ ବଣ୍ଟନ ହେଉଛି ସେହି ଜାଗା ସଂପୂର୍ଣ୍ଣ ସୁରକ୍ଷିତ ଏବଂ ସୁବିଧାରେ ରାସନ୍ ଖାଉଟି ମାନେ ପାଉଛନ୍ତି ବୋଲି ହିତାଧିକାରୀ ମାନେ କହିଛନ୍ତି । ଯଦି ଆଗାମୀ ଦିନରେ ପଞ୍ଚାୟତ ଅଫିସରେ ଚାଉଳ ବଣ୍ଟନ ହୁଏ ତାହେଲେ ଏହାର ତୀବ୍ର ବିରୋଧ କରାଯିବା ସହ ଉଚ୍ଚପଦସ୍ତ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଖାଉଟି ମାନେ ଆନ୍ଦୋଳନ କୁ ତୀବ୍ରତର କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.