କନ୍ଧମାଳର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ପାଇଲେ ଆଇଏଏସ ଆଶିଷ ଈଶ୍ୱର ପାଟିଲ୍‌

ଫୁଲବାଣୀ ୧୬/୦୬ : ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ l ସେ ପୂର୍ବରୁ  ବାଲେଶ୍ୱର ଉପଜିଲ୍ଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଆଜି ପାଟିଲଙ୍କୁ ରାଜ୍ୟ ସରକାର କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି l ସେହିପରି କନ୍ଧମାଳ ଜିଲ୍ଲାପାଳ ଥିବା ଡକ୍ଟର ଵୃନ୍ଦା ଡି. ଙ୍କୁ  ପରିଚାଳନା ନିର୍ଦେଶକ, ଓଏସଏମସିଏଲ (ଓଡ଼ିଶା ଷ୍ଟେଟ୍‌ ମେଡ଼ିକାଲ୍‌ କର୍ପୋରେସନ୍‌ ଲିମିଟେଡ୍‌) ଭୁବେନଶ୍ୱରକୁ ବଦଳି କରାଯାଈଛି l ଡକ୍ଟର ଵୃନ୍ଦା ଡି ଦୀର୍ଘ ୫ ବର୍ଷ ଫୁଲବାଣୀ ଜିଲ୍ଲାପାଳ ଭାବେ ରହି ବେଶ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଥିଲେ l ତାଙ୍କର କନ୍ଧମାଳ ଜିଲ୍ଲାରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠାରେ ଯଥେଷ୍ଟ ଅବଦାନ ରହିଛି।  ସେହିପରି ସେ ମଧ୍ୟ ନୂଆ ପାର୍କ ପ୍ରତିଷ୍ଠା, ୮୩ ଟି ସ୍ମାର୍ଟ ହାଇସ୍କୁଲ ନିର୍ମାଣ, ଗମନା ଗମନର ସୁବ୍ୟବସ୍ଥା କରିଥିଲେ। କେବଳ ସେତିକି ନୁହେଁ ସାଧାରଣ ନିର୍ବାଚନଠୁ ଆରମ୍ଭ କରି ପଞ୍ଚାୟତ, ପୌର ନିର୍ବାଚନକୁ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ। ଡକ୍ଟର ବୃନ୍ଦାଙ୍କ ସମୟରେ କୃଷି ଓ ଉଦ୍ୟାନ, ମନରେଗା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କନ୍ଧମାଳ ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା।

Leave A Reply

Your email address will not be published.