ପାରିବାରିକ ଅଶାନ୍ତିର କରୁଣ ପରିଣତି, ଜୀବନ ହାରିଦେଲେ ଯୁବକ

ବୋରିଗୁମ୍ମା ୧୭/୦୬: ବୋରିଗୁମ୍ମା ସ୍ଥିତ ମିଲସାହିରେ ଆଜି ସକାଳୁ ଏକ ଯୁବକର ଝୁଲନ୍ତା ମୃତେଦହ ଦେଖିବାକୁ ମିଳିଛି । ସକାଳୁ କିଛି ଲୋକେ ପ୍ରଥମେ ଯୁବକର ଝୁଲନ୍ତା ମୃତଦେହକୁ ଦେଖିଥିଲେ । ଛତୁଆ ଗୋଦାମ ନିକଟରେ ଥିବା ଏକ ଗଛରେ ଯୁବକର ମୃତଦେହଟି ଝୁଲୁଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକେ ବୋରିଗୁମ୍ମା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ନେତ୍ରା ନନ୍ଦ ଦାଶ୍ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ତାଙ୍କର ସ୍ତ୍ରୀ ରେଣୁକା ଦାଶ ଦୁଇ ପୁଅଙ୍କୁ ଧରି କାନ୍ଦୁଛନ୍ତି । ଯୁବକଟି ପାରିବାରିକ ଅଶାନ୍ତି କାରଣରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ତଦନ୍ତ ପରେ ହିଁ ସବୁକିଛି ସ୍ପଷ୍ଟ ହେବ।

Leave A Reply

Your email address will not be published.