ଅଲାରନାଥରେ ଦର୍ଶନ ଦେଉଛନ୍ତି ଚତୁର୍ଭୁଜ ନାରାୟଣ, ଷଷ୍ଠ ଦିନରେ ଲାଗିଛି ଗହଳି

ବ୍ରହ୍ମଗିରି ୨୦/୦୬: ଷଷ୍ଠ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ । ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ପ୍ରବଳ ଭିଡ ଆରମ୍ଭ ହୋଇଯାଇଛି । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କୁ ସୁସ୍ଥ କରିବାପାଇଁ ଦଇତା ସେବାୟତ ମାନେ ଲାଗିପଡିଛନ୍ତି । ୧୪ ଦିନ ପରେ ଶ୍ରୀଜୀଉ ମାନେ ସୁସ୍ଥ ହେବେ ତେଣୁ ଭକ୍ତ ମାନେ ପଟିଦିଅଁ ରୂପରେ ଦର୍ଶନ କରୁଛନ୍ତି । ସେପଟେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିବଦଳରେ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଜଗନ୍ନାଥ ଦର୍ଶନ ନ ପାଇ ଖିରି ଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତ ଛୁଟି ଆସୁଛନ୍ତି ବ୍ରହ୍ମଗିରିକୁ । ଆଜି ଭୋର ୪ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪.୨୦ରେ ମଙ୍ଗଳ ଆଳତୀ ହୋଇଥିଲା । ତାପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬.୧୫ ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି ।

Leave A Reply

Your email address will not be published.