ଗେମ୍ ଖେଳ ହେଲା କାଳ: ଫାଟିଗଲା ମୋବାଇଲ, ଯୁବକ ଗୁରୁତର

ଖଲ୍ଲିକୋଟ ୨୨/୦୬: ମୋବାଇଲ୍‌ରେ ଗେମ୍ ଖେଳିବା ବେଳେ ଅଘଟଣ । ହାତରେ ଫାଟିଗଲା ମୋବାଇଲ୍ ଫୋନ୍ । ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମରେ ଏଭଳି ଘଟଣା ଘଟିଛି । ଯୁବକଙ୍କ ହାତରେ ଆଘାତ ଲାଗିଛି । ସୂଚନାନୁଯାୟୀ, ଗଞ୍ଜାମ ବ୍ଲକ ଝାଟିପଦର ଗ୍ରାମର ରଞ୍ଜନ ସାହୁ ନାମକ ଜଣେ ଯୁବକ ଆଜି ମୋବାଇଲ୍‌ରେ ଗେମ୍ ଖେଳୁଥିବା ବେଳେ ହଠାତ୍ ମୋବାଇଲ୍‌ଟି ଫାଟି ଯାଇଥିଲା। ଫଳରେ ରଞ୍ଜନ ମୋବାଇଲ୍‌ଟିକୁ ଫିଙ୍ଗିଦେଇଥିଲେ। ତେବେ ମୋବାଇଲ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ରଞ୍ଜନଙ୍କ ହାତରେ ଆଘାତ ଲାଗିଛି।

Leave A Reply

Your email address will not be published.