ସାମାନ୍ୟ ବଚସାରୁ ତୁମୁଳକାଣ୍ଡ, ମେଳା ବୁଲିବାକୁ ଆସିଥିବା ଯୁବକଙ୍କୁ ଭୁଜାଲିରେ ହାଣିଦେଲେ

ଜଳେଶ୍ୱର ୨୨/୦୬: ବାଲେଶ୍ୱର ବସ୍ତା ଥାନା ଦକ୍ଷିଣ କେବିନ ପଡିଆରେ ଯୁବକଙ୍କୁ ଭୂଜାଲିରେ ମାରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ସୂଚନା ଅନୁଯାୟୀ ବିଦ୍ୟାଧରପୁର ଗ୍ରାମର ଜମାଲ୍ଲୁଦିନ ଖାନ୍ ଗତକାଲି ରାତିରେ ଦକ୍ଷିଣ କେବିନ ପଡିଆରେ ମିନା ବଜାର ମେଳାକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ମେଳାକୁ ବୁଲିବାକୁ ଆସିଥିବା ଅନ୍ୟ ଜଣେ ଯୁବକଙ୍କ ସହିତ କୌଣସି କାରଣରୁ ଝଗଡା ହୋଇଥିଲା । ତେବେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଯୁବକ ଜଣକ ଜମାଲୁଦ୍ଦିନଙ୍କୁ ଭୁଜିଆଲିରେ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଜମାଲ୍ଲୁଦ୍ଦିନକୁ ଉଦ୍ଧାର କରି ପ୍ରଥମେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଜମାଲ୍ଲୁଦ୍ଦିନଙ୍କ ପରିବାର ପକ୍ଷରୁ ବସ୍ତା ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.