ନାଗ ଗିଳିଥିଲା ପାଇପ୍‌, ବାନ୍ତି କରି ଓଗାଳିଲା

ଭୁବନେଶ୍ୱର ୨୮।୦୬ : ସାପ ପେଟରୁ ବାହାରିଲା ପିଭିସି ପାଇପ୍‌ । ନାଗ ସାପ ଗିଳିଥିଲା ପିଭିସି ପାଇପ୍‌ । କୋରାପୁଟ ସୁନାବେଡ଼ା ମ୍ୟୁନିସିପାଲିଟିର ଜାଜାଗୁଳା ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା । ଖବର ଅନୁଯାୟୀ, ଜାଜିଗୁଡ଼ା ଅଞ୍ଚଳରେ କ୍ରିଷ୍ଣା ଦୋରାଙ୍କ ଘରେ ଏଇ ନାଗ ସାପ ପଶି ଯାଇଥିଲା । ସାପଟିକୁ ଉଦ୍ଧାର କରିବା ପାଇଁ କ୍ରିଷ୍ଣା ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଜିତ୍ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ବେଳେ, ତା ପେଟରେ ଏକ ଅଲଗା ପ୍ରକାରର ଫୁଲିଥିବା ଦେଖିବାକୁ ପାଇଥିଲେ । ସାପଟିର ଲାଞ୍ଜ ଧରି ବାହାରକୁ ଆଣିବା ବେଳେ ସିଏ ବାନ୍ତି କରିବାର ଉପକ୍ରମ ଦେଖେଇଥିଲା । ବାନ୍ତି କରିବା ମଧ୍ୟ ଆରମ୍ଭ କରି ଦେଇଥିଲା । ପ୍ରାୟ ୪ ଫୁଟ ଲମ୍ବର ସେଇ ନାଗ ସାପଟି ପ୍ରାୟ ୮ ଇଞ୍ଚ ଲମ୍ବ ଓ ଏକ ଇଞ୍ଚ ଗୋଲେଇ ବିଶିଷ୍ଟ ଏକ ପିଭିସି ପାଇପକୁ ବାନ୍ତି କରିଥିଲା । ପରେ ସାପଟିକୁ ସହର ଠାରୁ ଦୂରରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡିଦିଆଯାଇଛି ।

Leave A Reply

Your email address will not be published.