ଦୀର୍ଘ ୯ ଘଣ୍ଟା ପରେ ଟ୍ରଲର ଡ୍ରାଇଭର ଉଦ୍ଧାର, ଦୁର୍ଘଟଣା ପରେ ନାଳ ପାଣିରେ ଫସିରହିଥିଲେ

ସମ୍ବଲପୁର ୨୮।୬: ଦୀର୍ଘ ଘଣ୍ଟାର ଅପରେସନ ପରେ ଦୁର୍ଘଟଣାଗ୍ରସ୍ତ ଗାଡି ଭିତରୁ ଉଦ୍ଧାର ହେଲେ ଡ୍ରାଇଭର । ସୋମବାର ଦିନ ଦୁର୍ଘଟଣା ପରେ ଦୀର୍ଘ ସମୟ ପାଣିରେ ବୁଡି ରହିଥିଲେ । ଜୁଜୁମୁରା ଥାନା ଅନ୍ତର୍ଗତ ଭିମଖୋଜ ଜାତୀୟ ରାଜପଥରେ ଘଟିଥିଲା ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ଏନଏଲ୦୧ଏଏଫ୮୧୧୭ ନମ୍ବର ବିଶିଷ୍ଟ ଟ୍ରଲରଟି କଟକ ପଟୁ ସମ୍ବଲପୁର ପଟକୁ ଆସୁଥିବା ବେଳେ ଜାତୀୟ ରାଜପଥ ଭିମଖୋଜ ଗଙ୍ଗାମନ୍ଦିର ନିକଟରେ ଥିବା ବ୍ରିଜ୍ ତଳକୁ ଖସି ନାଳରେ ପଡିଯାଇଥିଲା । ଏହି  ଦୁର୍ଘଟଣାରେ ଟ୍ରଲରଟି ନାଳ ପାଣିରେ ବୁଡି ଯାଇଥିବା ବେଳେ ଡ୍ରାଇଭର ମଧ୍ୟ ପାଣିରେ ଫସି ରହିଥିଲେ । ଦୁର୍ଘଟଣା ଖବର ପାଇଁ ଜୁଜୁମୁରା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଣିରେ ଫସିଥିବା ଡ୍ରାଇଭରକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ରଖିଥିଲେ । ତେବେ ଟ୍ରଲରରେ ବହୁ ପରିମାଣର ସାମଗ୍ରୀ ବୋଝେଇ ହୋଇ ରହିଥିବାରୁ ଉଦ୍ଧାର ହୋଇନପାରି ନାଳ ଭିତରେ ଟ୍ରଲର ତଳେ ଫସି ରହିଥିଲେ ଡ୍ରାଇଭର । ତେବେ ପ୍ରାୟ ୯  ଘଣ୍ଟା ପରେ ସୋମବାର ରାତି ପ୍ରାୟ ୮ଟା ସମୟରେ ନାଳ ପାଣିରେ ଟ୍ରଲର ତଳେ ଚାପି ହୋଇ ଫସି ରହିଥିବା ଡ୍ରାଇଭରକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଡ୍ରାଇଭରଙ୍କ ଗୋଟିଏ ଗୋଡରେ ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଟ୍ରଲର ଡ୍ରାଇଭର ଜଣଙ୍କ ୟୁପିର ୫୩ ବର୍ଷ ବୟସ୍କ ଜନାର୍ଦ୍ଦନ ତିଓ୍ବାରୀ  ବୋଲି ଜଣାପଡିଛି ।

Leave A Reply

Your email address will not be published.