ଅଧାରହିଗଲା ରଥଯାତ୍ରା ଖବର ସଂଗ୍ରହ, ଦୁର୍ଘଟଣାରେ ଚାଲିଗଲା ଫଟୋ ସାମ୍ବାଦିକଙ୍କ ଜୀବନ

ପୁରୀ/ଭୁବନେଶ୍ୱର ୦୧।୦୭ : ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା। ସଡ଼କ ଦୁର୍ଘଟଣାରେ ଶୁକ୍ରବାର ସକାଳେ ତାଙ୍କର ପରଲୋକ ଘଟିଛି । ରଥଯାତ୍ରାର ଖବର ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୈନିକ ଖବର କାଗଜ ‘ସମୟ’ରେ କାର୍ଯ୍ୟ କରୁଥିବା ଶ୍ରୀ ପଣ୍ଡା ବାଇକ୍‌ ଯୋଗେ ଭୁବନେଶ୍ୱରରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ସୂଚନା । ସାତସଙ୍ଖ ନିକଟରେ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗାର ମୂଳବାସିନ୍ଦା ଅଶୋକ ପଣ୍ଡାଙ୍କୁ ମୃତ୍ୟୁବେଳକୁ ୫୪ ବର୍ଷ ହୋଇଥିବା ସୂଚନା ମିଳିଛି । ଅଶୋକ ପଣ୍ଡାଙ୍କ ମରଶରୀରକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମରଶରୀର ପରିବାରକୁ ହସ୍ତାନ୍ତର କରାଯିବ। ଅଶୋକ ପଣ୍ଡାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.