ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର ୦୧।୦୭ : ଜୁନ୍‌ରେ ୩୭% ବର୍ଷା କମିଗଲା । ୨୫ ଜିଲ୍ଲାରେ ବର୍ଷା ଅଭାବ । ୧୫ ଜିଲ୍ଲାରେ ମାଟି ଶୁଖିଲା, ଏଥିରୁ ୭ଟିରେ ସ୍ଥିତି ସାଂଘାତିକ । ପାଣିପାଗ ବିଭାଗ ପୂର୍ବାନୁମାନ- ଆସନ୍ତା ଦୁଇ ସପ୍ତାହ ଭିତରେ ଦୁଇଟି ଲଘୁଚାପ ଦାନା ବାନ୍ଧିପାରେ ଓଡ଼ିଶା ଉପକୂଳ ପାଖରେ। ଆସନ୍ତା ୩ ଦିନ ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ସେହିପରି ଜୁଲାଇ ଦ୍ୱିତୀୟ ସପ୍ତାହ ଆରମ୍ଭରେ ସେଇ ଜାଗାରେ ଆଉ ଏକ ଲଘୁଚାପ ହୋଇପାରେ । ଆଜି ପୁରୀରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ପୁରୀର ଗୋଟିଏ ଦୁଇଟି ଜାଗାରେ ଅସରାଏ ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ସହ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କନ୍ଧମାଳର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ଜାଗାରେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ । ୪ରୁ ବର୍ଷା ବଢ଼ିବ ।

Leave A Reply

Your email address will not be published.