କୁମ୍ଭୀର ସହ ଲଢି ଜୀବନ ବଞ୍ଚାଇଲେ ଯୁବକ, ଶୌଚ ହେବାକୁ ଯାଇଥିବା ବେଳେ ନଦୀ ଭିତରକୁ ଟାଣି ନେଉଥିଲା

କେନ୍ଦ୍ରାପଡା ୪।୭: କୁମ୍ଭୀର ମୁହଁରୁ ନିଜ ଜୀବନ ବଞ୍ଚାଇଲେ ଯୁବକ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଡ଼ଜୋରମୁହଁ ଗାଁରେ । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବଡ଼ଜୋରମୁହଁ ଗାଁର ନିତ୍ୟାନନ୍ଦ ପାତ୍ର ଗତ ଶନିବାର ରାତି ୧୧ଟାରେ ଖରସ୍ରୋତା ନଦୀକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । କୁମ୍ଭୀର ତାଙ୍କ ବେକ ଓ ମୁଣ୍ଡକୁ ଆକ୍ରମଣ କରି ରକ୍ତାକ୍ତ କରି ନଦୀ ଭିତରକୁ ଟାଣି ନେଉଥିଲା । କିନ୍ତୁ ନଦୀ ତୁଠରେ ତାର ବଡ଼ ଦିଆ ଯାଇଥିବାରୁ ନିତ୍ୟାନନ୍ଦ ୧୦ ମିନିଟ୍ କାଳ କୁମ୍ଭୀର ସହିତ ଲଢ଼ି ନିଜ ଜୀବନ ବଞ୍ଚାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରକୁ ଫେରିଥିଲେ । ତାଙ୍କୁ ପ୍ରଥମେ ଆଳି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.