ଟାଓ୍ୱାରରେ ଚଢିଗଲେ ଯୁବକ, ଦେଲେ ଆତ୍ମହତ୍ୟା ଧମକ…

ସମ୍ବଲପୁର ୦୪।୦୭ : ସମ୍ବଲପୁର ରେଢାଖୋଲ ଖଣ୍ଡହତାରେ ଅଭାବନୀୟ ଘଟଣା । ଇଲେକ୍ଟ୍ରି ଟାଓ୍ୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଲେ  ଯୁବକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି । ଖବର ଅନୁଯାୟୀ, ତାଳଚେର ଅଞ୍ଚଳର ଯୁବକଙ୍କ ଘର ହୋଇଥିବା ବେଳେ ସୋମବାର ଦିନ ହଠାତ୍‌ ଇଲେକ୍ଟ୍ରି ଟାଓ୍ବାର ଉପରକୁ ଚଢିଯାଇଥିଲେ | ତେବେ ଯୁବକଙ୍କ ଏପରି ଉଦ୍ୟମ ଦେଖି ସ୍ଥାନୀୟଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।  ଖବର ପାଇ ଅଗ୍ନିଶମ ବାହିନୀ ଓ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛନ୍ତି | ଯୁବକଙ୍କ ଅବସ୍ଥା ସଂକଟାପନ୍ନ ରହିଛି |

Leave A Reply

Your email address will not be published.