ଦେବଦଳନ ରଥର ବଡଉଛଳା ଚକରେ ଫାଟ, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଚାଲିଛି ଯାଞ୍ଚ

ପୁରୀ ୦୪/୦୭: ପୁରୀରେ ଚାଲିଛି ଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା । ଯାତ୍ରାର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଶ୍ରୀଗୁଣ୍ଡିଚା ପର୍ବ ସରିଛି । ଅର୍ଥାତ୍ ଥରେ ଚଢି ମାଉସୀ ମାଆ ଘରେ ପହଞ୍ଚିଛନ୍ତି ତିନିଠାକୁର । ଏବେ ଗୁଣ୍ଡିଚା ମନ୍ଦିରରେ ଚାଲିଛି ଲୀଳାଖେଳା । ତେବେ ଏହାରି ଭିତରେ ଦେଖିବାକୁ ମିଳିଛି ଦେବଦଳନ ରଥର ବଡଉଛଳା ଚକରେ ଫାଟ । ଏକଥା ଜଣାପଡିବା ପରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନିରଥର ଯାଞ୍ଚ ଆରମ୍ଭ ହୋଇଛି । ବୈଷୟିକ ଟିମ୍ ଓ ପୂର୍ତ୍ତ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ତିନି ରଥର କରାଯାଉଛି ଯାଞ୍ଚ । ତାଳଧ୍ଵଜ ରଥର ପଡିନାହାକା ଚକରେ ଫାଟ । ଏହାର ମରାମତି କରାଯିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଯେହେତୁ ଏବେ ରଥ ଗୁଡିକ ଏବେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରହିଛନ୍ତି, ସେଥିପାଇଁ ଯାଞ୍ଚ ପ୍ରକ୍ରିୟା ସହଜ ହେବ ।

Leave A Reply

Your email address will not be published.