ଆତ୍ମହତ୍ୟା ଉଦ୍ୟମ ବେଳେ ଭାଙ୍ଗିଗଲା ଗଛ ଡାଳ, ଚାଲିଗଲା ଜୀବନ

ପାଟଣା ୦୬/୦୭: ସଜନା ଗଛ ଡାଳରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଭାଙ୍ଗିଗଲା ଡାଳ ତଳେ ପଡି ଯୁବକ ମୃତ । ଏ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରୀ ଗ୍ରାମରେ । ଗ୍ରାମର ମଝି ସାହିର ଗୁରୁଚରଣ ନାଏକଙ୍କ ପୁଅ ଅରବିନ୍ଦ ନାଏକ ଘର ନିକଟରେ ଥିବା ଏକ ସଜନା ଗଛ ଡାଳରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଏହି ସମୟରେ ଗଛର ଡାଳ ଭାଙ୍ଗି ଯିବାରୁ ତଳେ ପଡି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଯୁବକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହାର ସଠିକ କାରଣ ଜଣା ପଡିନାହିଁ ।

Leave A Reply

Your email address will not be published.