ରାଜଧାନୀରେ ମାତିଲେ ଲୁଟେରା, ଦିନ ଦ୍ୱିପ୍ରହରରେ ଚୋରି କରିନେଲେ ବାଇକ

ଭୁବନେଶ୍ୱର ୦୭/୦୭: ସିସିଟିଭିରେ କଏଦ ହେଲା ଗାଡି ଚୋରି ଦୃଶ୍ୟ । ଦିନ ଦ୍ୱିପ୍ରହରେ ରାଜଧାନୀରୁ ଚୋରି କଲେ ବାଇକ । ପଳାଶୁଣିରୁ ଏହି ଚୋରି ହୋଇଥିବା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପଳାଶୁଣି ଗାଁର ରାଜେନ୍ଦ୍ର କୁମାର ଜେନା ଏନେଇ ଏତଲା ଦେଇଛନ୍ତି । ଆଖିରେ ଧୂଳି ଦେଇନାଲି ରଙ୍ଗର ଗ୍ଲାମର ଗାଡିକୁ କିଭଳି ଚୋରି ତାର ସମସ୍ତ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ପୋଲିସ ଏ ସମ୍ପର୍କରେ ଛାନ ଭିନ ଆରମ୍ଭ କରିଛି । ଦୁଇଜଣ ଚୋର ଚୋରି କରୁଥିବା ସ୍ପଷ୍ଟ ଭାବେ ଜଣାପଡିଛି 

Leave A Reply

Your email address will not be published.