ବିବାହ ପ୍ରୋସେସନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଡିଜେ ଗାଡି, ଜଣଙ୍କର ମୃତ୍ୟୁ

କେନ୍ଦୁଝର ୯।୭: ବିଦ୍ୟୁତ ତାରରେ ଡିଜେ ଗାଡି ଲାଗି ଜଣେ ମୃତ । କେନ୍ଦୁଝର ଟାଉନ ଥାନା ଆଟୋପୋର ନିକଟରେ ପୁରୁଣା ବଜାର ପଟକୁ ଯାଉଥିବା ଏକ ବରଯାତ୍ରୀ ପ୍ରସେସନର ଡିଜେ ଗାଡି କୌଣସି କାରଣରୁ ବିଜୁଳି ତାର ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ ଡିଜେ ଗାଡିରେ ଥିବା ଜଣେ ଯୁବକ ବିଜୁଳି କରେଣ୍ଟ ଖାଇ ତଳେ ପଡ଼ି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଯୁବକ ଜଣଙ୍କ ନିକଟସ୍ଥ ଜନାର୍ଦ୍ଦନପୁରର ବୋଲି ଜଣାପଡ଼ିଛି । ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.