ରାସ୍ତାରେ ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ଦୁର୍ଘଟଣାରେ ଜଣେ ମୃତ

ସାଲେପୁର ୦୯/୦୭: କଟକ ପାରାଦ୍ୱୀପ ରୋଡ଼ର କନ୍ଦରପୁରରେ ମର୍ମନ୍ତୁଦ ଦୁର୍ଘଟଣା । ବଜାରରେ ଆଜି ସକାଳୁ ସକାଳୁ ଘଟିଥିଲା ଏହି ଦୁର୍ଘଟଣା । କଟକ ସଦର ବ୍ଲକ ଅନ୍ତର୍ଗତ ନିକଟରେ ଏକ ଅଜଣା ଗାଡି ସହିତ କ୍ଷୀର ବୋଝେଇ କଣ୍ଟେନର ଆକ୍ସିଡେଣ୍ଟ ହେବାରୁ କଣ୍ଟେନରର ହେଲପରଙ୍କ ଘଟଣା ସ୍ଥଳେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସ୍ଥଳେ କନ୍ଦରପୁର ପୋଲିସ ପହଞ୍ଚି କ୍ଷୀର ବୋଝେଇ କଣ୍ଟେନରକୁ ରାସ୍ତାରୁ ହଟାଇବା ସହିତ କିଭଳି ଦୁର୍ଘଟଣା ଘଟିଲା ତଦନ୍ତ କରୁଛି ।

Leave A Reply

Your email address will not be published.