ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ଓଲଟିଲା ବସ୍, ଥିଲେ ୧୦୦ ଯାତ୍ରୀ !

ନିମାପଡା, ୧୧।୦୭ : ଓଲଟିଲା ବସ୍ । ଏକାଧିକ ଯାତ୍ରୀ ଆହତ । ଏପରି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ସାତଶଙ୍ଖରେ । ଭୁବନେଶ୍ୱର ଆସୁଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ସାରଳା ନାମକ ଏକ ବସ୍ ପୁରୀରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା। ପୁରୀରୁ ଲୋକ ନେଇ ଫେରୁଥିବା ବେଳେ ସାତଶଙ୍ଖ ଠାରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା। ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ବସ୍‌ଟି ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଥିବା କୁହାଯାଉଛି। ବସ୍‌ରେ ୧୦୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସାତଶଙ୍ଖ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି।

Leave A Reply

Your email address will not be published.