ବାରିପଦା ୧୪।୭: ମୟୁରଭଞ୍ଜ ଦ୍ବାରଶୁଣୀ ଘାଟୀର ରାସ୍ତା ସଂପ୍ରସାରଣ ଦାବିରେ ପୁଣି ରାସ୍ତାକୁ ଓହ୍ଲାଇଲା ଭଞ୍ଜସେନା। ବାରମ୍ବାର ଘାଟିରେ ଦୁର୍ଘଟଣା ଘଟି ଶତାଧିକ ଲୋକଙ୍କ ଜୀବନ ଗଲାଣି। ବହୁ ପ୍ରତିଶ୍ରୁତି ପରେ ବି ସରକାରୀ ଉଦାସୀନତାକୁ ବିରୋଧ କରି ଗୁରୁବାର ୪୯ନଂ ଜାତୀୟ ରାଜପଥରେ ହରତାଳରେ ବସିଛି ଜିଲ୍ଲା ଅଣରାଜନୈତିକ ସଂଗଠନ ଭଞ୍ଜସେନା । ସକାଳ ୬ଟାରୁ ରାଜପଥରେ ଧାରଣାରେ ବସିଛନ୍ତି ଭଞ୍ଜସେନା କର୍ମୀ । ସେପଟେ ଦୀର୍ଘ ସମୟ ଧରି ରାସ୍ତା ବନ୍ଦ ରହିବା କାରଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ପ୍ରଶାସନ ଓ ସରକାର ତୁରନ୍ତ ଘାଟୀ ରାସ୍ତା କାର୍ଯ୍ୟ ଆରମ୍ଭ ନକଲେ ଆଗକୁ ଅନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ସଂଗଠନ।