ପାଟଣା ରେଞ୍ଜରେ ହାତୀପଲ ଉପଦ୍ରବ: ଫଳମୂଳ ଖାଇଗଲେ, ଦଳି ଚକଟି ନଷ୍ଟ କଲେ ଫସଲ

କେନ୍ଦୁଝର ୧୬/୦୭: କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଇ ଟାଙ୍ଗିରୀ ସେକ୍ସନକୁ ଧସେଇ ପଶିଛନ୍ତି ୧୧ ଟିକିଆ ହାତୀପଲ । ହାତୀପଲ ଦୁଇ ଦିନ ହେବ ସଦର ରେଞ୍ଜରୁ ଆସି ପାଟଣା ରେଞ୍ଜକୁ ପ୍ରବେଶ କରିଛନ୍ତି । ବିଳମ୍ବିତ ରାତିରେ ହାତୀପଲ କଣ୍ଟିଆପଡା, ପୁରୁଣିଆ, ପଦ୍ମପୁର ଅଞ୍ଚଳରେ ଧାନ ଫସଲ ମାଡି ଚକଟି ନଷ୍ଟ କରିଦେବା ସହ ବାଡ଼ିରେ ପଶି ପାଚିଲା ପଣସ କଦଳୀ ଖାଇ ଦେଉଛନ୍ତି । ହାତୀପଲ ଏବେ ବାଉଁଶୁଳି ଗାଁ ନିକଟ ଥିବା ଜଙ୍ଗଲରେ ଘୁରି ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ଧାନଚାଷ ପାଇଁ ତଳି ପଡ଼ୁଥିବାରୁ ଖୁବ ଶୀଘ୍ର ହାତୀପଲଙ୍କୁ ଏ ଅଞ୍ଚଳରୁ ଘୋଉଡାଇବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି । ହାତୀପଲଙ୍କ ଗତିପଥ ଉପରେ ବନ ବିଭାଗ ନଜର ରଖିଛି।

Leave A Reply

Your email address will not be published.