ଶୂନ୍ୟକାଳରେ ଉଠିଲା କାଶିପୁର ଝାଡ଼ାବାନ୍ତି ପ୍ରସଙ୍ଗ, ଘଟଣା ଦୁଃଖଦାୟକ କହିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର ୧୬/୦୭: ରାୟଗଡା ଜିଲ୍ଲା କାଶିପୁରରେ ଝାଡ଼ାବାନ୍ତି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଲେ ଝାଡାବାନ୍ତି ବ୍ୟାପିବା ଏବଂ ଏଥିରେ ୬ ଜଣଙ୍କ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦାୟକ । ଏନେଇ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି କରିଛନ୍ତି । ଏହାକୁ ନେଇ ବାଚସ୍ପତି ରୁଲିଂ ଦେବାକୁ ନରସିଂହଙ୍କ ଦାବି କରିଥିଲେ। ଘଟଣାକୁ ନେଇ କଂଗ୍ରେସ ବିଧାୟକ ଗୃହରେ ହଟ୍ଟଗୋଳ ଓ ନାରାବାଜି କରାଯାଇଥିଲା । ଗୃହ ଚାଲିପାରିନଥିଲା । ଯେଉଁଥିପାଇଁ ୧୦ ମିନିଟ୍ ପାଇଁ ଗୃହ ମୁଲତବୀ କରିଥିଲେ ବାଚସ୍ପତି.

Leave A Reply

Your email address will not be published.