ଆଶିଷ ହତ୍ୟାକାଣ୍ଡ ଘଟଣାରେ ତନାଘନା, ତିନି ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ବାଲିପାଟଣା ୧୯।୦୭ : ଦୁଇ ଦିନିଆ ରିମାଣ୍ଡରେ ତିନି ଅଭିଯୁକ୍ତ । ବାଲିପାଟଣା ଥାନା ବୋଧଖଣ୍ଡି ଗାଁ ଆଶିଷ ହତ୍ୟାକାଣ୍ଡ ଘଟଣାରେ ଜେଲ୍‌ରେ ଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ । ଖବର ଅନୁଯାୟୀ,  ଏକତରଫା ପ୍ରେମକୁ କେନ୍ଦ୍ର କରି ବାଲିଅନ୍ତା ଥାନା ଶିଶିଲୋ ଗାଁର ଆଶିଷ ଓଝାଙ୍କୁ ହତ୍ୟା କରାଯାଇଥିଲା । ପରେ ଘଟଣାର ତଦନ୍ତ କରି ବାଲିପାଟଣା ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ସମସ୍ତ ତିନି ଅଭିଯୁକ୍ତ ରାଜ କିଶୋର ଦାସ, ଦୁର୍ଯ୍ୟୋଧନ ବେହେରା ଏବଂ ରାକେଶ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟଙ୍କ ଅନୁମତି ପରେ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ ।ହତ୍ୟା ସମ୍ପର୍କିତ ଅଧିକ ତଥ୍ୟ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି  ପୋଲିସ | 

Leave A Reply

Your email address will not be published.