ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

ଢେଙ୍କାନାଳ ୨୦/୦୭: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାଟକାଟେଣି ଗାଁରେ ଏକ ଅଭାବନିୟ ଘଟଣା ଘଟିଛି। ଝୁଲନ୍ତା ଅବସ୍ଥାରେ ଶୋଇବା ଘରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତ ମହିଳାଙ୍କ ପରିଚୟ ଗାୟତ୍ରୀ ନାୟକ। ବେକରେ ରସି ଲାଗିଥିବା ଅବସ୍ଥାରେ ଘର କଡ଼ିରେ ମହିଳାଙ୍କ ମୃତଦେହ ଝୁଲୁଥିଲା। ଏହି ମହିଳାଙ୍କୁ ହତ୍ୟାକରିବା ପରେ ଏହି ଘଟଣାକୁ ଚପାଇବା ପାଇଁ ଆତ୍ମହତ୍ୟାର ରୂପ ଦେଉଥିବା ମୃତ ମହିଳାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି।ଗାୟତ୍ରୀ ଗତ ଦୁଇବର୍ଷ ହେଲା ବିବାହ କରିଥିଲେ। ମାତ୍ର ବିବାହ ପରଠାରୁ ତାଙ୍କ ସ୍ୱାମୀ ତାଙ୍କୁ ବିଭିନ୍ନ ନିର୍ଯାତନା ଦେଉଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ଏହି ଘଟଣାରେ ସଦର ଥାନା ପୋଲିସ ମୃତା ମହିଳାଙ୍କ ସ୍ୱାମୀ ଜିତୁ ନାୟକଙ୍କୁ ଅଟକ ରଖିଛି। ମୃତଦେହ ବ୍ୟବଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.