ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର ୨୧।୦୭ : ରାଜଧାନୀରେ ମାତିଲେ ଚଡି ପିନ୍ଧା ଲୁଟେରା ଗ୍ୟାଙ୍ଗ I ଘର ମାଲିକ  ଶୋଇଥିବାବେଳେ ଦୁର୍ବୃତ୍ତମାନେ  ଘରର ଝରକା ତାଡ଼ି ଆଲମିରାରୁ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୪୬ ହଜାର ଟଙ୍କା ଲୁଟିନେଲେ । ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନା ଆଇଗିଣିଆ ଅଞ୍ଚଳରେ ଏଭଳି ଘଟଣା ଘଟିଛି ।  ଏନେଇ ଦେବାଶିଷ ତ୍ରିପାଠୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଖବର ଅନୁଯାୟୀ, ଆଇଗିଣିଆ ପ୍ଲଟ୍ ନଂ ୩୫୪ / ୬୫୮ରେ ରୁହନ୍ତି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅଞ୍ଚଳର ଦେବାଶିଷଙ୍କ ପରିବାର ।  ମଙ୍ଗଳବାର ରାତି ପ୍ରାୟ ୩ଟା ସମୟରେ ୫ଜଣ ଦୁର୍ବୃତ୍ତ ଝରକା ତାଡ଼ି ଘରେ ଥିବା ଆଲମିରାର ଲକ୍ ଭାଙ୍ଗିଥିଲେ । ଆଲ୍‌ମିରାରେ ଥିବା ଦୁଇଟି ସୁନାହାର , ଦୁଇଟି ସୁନାଚେନ୍‌ , ଦୁଇ ସେଟ୍ ସୁନାଚୁଡ଼ି , ୬ଟି ସୁନାମୁଦି , ୪ଟି ସୁନା କାନଫୁଲ ଓ ୪୬ ହଜାର ଟଙ୍କା ଚୋରି କରି ନେଇଥିଲେ । ଦେବାଶିଷ ସକାଳୁ ଆଲମିରାର ଲକ୍ ଭାଙ୍ଗି ଯାଇଥିବା ଦେଖିଥିଲେ ।

Leave A Reply

Your email address will not be published.