୧୬ ନମ୍ୱର ଜାତୀୟ ରାଜପଥ ସମ୍ପ୍ରସାରଣରେ ଜମି ଅଧିଗ୍ରହଣ ପରେ ମିଳୁନି କ୍ଷତିପୁରଣ; ଗଣଧାରଣାରେ ବସିଲେ ଜମିହରା

ଯାଜପୁର ରୋଡ଼ ୨୨/୦୭: ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟକୁ ନେଇ ବିବାଦ ଦେଖାଯାଇଛି। ୧୬ ନଂ ଜାତୀୟ ରାଜପଥର ସଂପ୍ରସାରଣ ପାଇଁ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦିଆନଯାଇ ରାସ୍ତା ନିର୍ମାଣ କରାଯାଉଛି। ଏହାସହ ବିନା ନୋଟିସରେ ଭାଙ୍ଗି ଦିଆଯାଇଛି ଅନେକଙ୍କ ଘର। ଏହାର ପ୍ରତିବାଦରେ ଜମିହରାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କ୍ଷତିପୂରଣ ଦାବିରେ ଜମିହରା ଲୋକମାନେ ରାସ୍ତା ଉପରେ ଗଣଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଦେଶର ଏକ ପ୍ରମୁଖ ରାଜପଥ ହେଉଛି ୧୬ ନମ୍ୱର ଜାତୀୟ ରାଜପଥ। ଏହା ପୂର୍ବ ଭାରତକୁ ଦକ୍ଷିଣ ଭାରତ ସହ ଯୋଡ଼ିଥାଏ। ବର୍ତ୍ତମାନ ଏହି ୧୬ ନମ୍ୱର ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲିଛି। କିନ୍ତୁ ଏହାକୁ ବିରୋଧ କରି ଲୋକମାନେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଣ ରାସ୍ତା ସମ୍ପ୍ରସାରଣ ପାଇଁ ଯାଇଥିବା ଜମି ବାବଦକୁ ସେମାନଙ୍କୁ କ୍ଷତିପୂରଣ ମିଳିନାହିଁ। ସୂଚନା  ଅନୁସାରେ ରାଜପଥ ସମ୍ପ୍ରସାରଣ ପାଇଁ ଗତ କିଛିଦିନ ତଳେ ପ୍ରଶାସନ ପକ୍ଷରୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସୁଆଁସାହି ଗାଁରେ ଜମି ଅଧିଗ୍ରହଣ କରାଯାଇଥିଲା। କ୍ଷତିପୂରଣ ବାବଦକୁ ଜମିହରା ପରିବାରକୁ ସରକାରୀ ନିୟମ ଅନୁସାରେ ଜମି ଅଧିଗ୍ରହଣର ୧୪ ଦିନ ମଧ୍ୟରେ କ୍ଷତିପୂରଣ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା।

Leave A Reply

Your email address will not be published.