ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୭୪ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୭।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୮୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୮୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୫୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୯୦୮୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬ଜଣ, ବରଗଡ଼ ଜିଲ୍ଲାରୁ ୨୩ଜଣ, ଭଦ୍ରକ ଜିଲ୍ଲାରୁ ୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୨ଜଣ, ବୌଦ୍ଧ ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୬୩ଜଣ, ଦେଓଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୫ଜଣ, ଗଜପତି ଜିଲ୍ଲାରୁ ୫ଜଣ, ଗଞ୍ଜାମ ଜିଲ୍ଲାରୁ ୩ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧ଜଣ, ଯାଜପୁର ଜିଲ୍ଲାରୁ ୧୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ଜଣ, କନ୍ଧମାଳ ଜିଲ୍ଲାରୁ ୨୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୧୬ଜଣ, କୋରାପୁଟ ଜିଲ୍ଲାରୁ ୧୬ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୮୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୬ଜଣ, ନୟାଗଡ଼ ଜିଲ୍ଲାରୁ ୨୫ଜଣ, ନୂଆପଡ଼ା ଜିଲ୍ଲାରୁ ୯ଜଣ, ପୁରୀ ଜିଲ୍ଲାରୁ ୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୨ଜଣ, ସମ୍ବଲପୁର ଜିଲ୍ଲାରୁ ୮୯ଜଣ, ସୋନପୁର ଜିଲ୍ଲାରୁ ୧୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬୧ଜଣ, ଷ୍ଟେଟ ପୁଲ୍‌ରୁ ୪୮ଜଣ ରହିଛନ୍ତି ।

Leave A Reply

Your email address will not be published.