ରାଜ୍ୟରେ କମିଲା ସଂକ୍ରମଣ, ଗତ ୨୪ ଘଣ୍ଟାରେ ବାହାରିଲେ ୭୪୧ କରୋନା ପଜିଟିଭ୍‌

ଭୁବନେଶ୍ୱର, ଅଗଷ୍ଟ ୨ : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୧ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୩ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷ ବୟସ ମଧ୍ୟରେ ୧୩୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୪୬୮୩ ଜଣଙ୍କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଅନୁଗୁଳରୁ ୩, ବାଲେଶ୍ୱରରୁ ୧୨, ବରଗଡରୁ ୧୭,ଭଦ୍ରକରୁ ୧୨, ବଲାଙ୍ଗୀରରୁ ୨୮, ବୌଦ୍ଧରୁ ୬, କଟକରୁ ୩୮, ଦେବଗଡରୁ ୯, ଢେଙ୍କାନାଳରୁ ୨, ଗଜପତିରୁ ୫, ଗଞ୍ଜାମରୁ ୬, ଜଗତସିଂହପୁରରୁ ୫, ଯାଜପୁରରୁ ୧୦, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୫, କେନ୍ଦ୍ରାପଡାରୁ ୫, ଖୋର୍ଦ୍ଧାରୁ ୧୪୦, କୋରାପୁଟରୁ ୧୬, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୧୧,ନୟାଗଡରୁ ୮, ନୂଆପଡାରୁ ୧୬, ପୁରୀରୁ ୨, ରାୟଗଡାରୁ ୧୦, ସମ୍ବଲପୁରରୁ ୪୧, ସୋନପୁରରୁ ୨୦, ସୁନ୍ଦରଗଡରୁ ୧୭୬ ଓ ଷ୍ଟେଟ ପୁଲରୁ ୨୭ଜଣ ରହିଛନ୍ତି । 

Leave A Reply

Your email address will not be published.